କୋଷାଗୁମୁଡାରେ ଅନ୍ତୋର୍ଜାତୀୟ ଦିବସ ପାଳଣ ହେବା ସହ ବରିଷ୍ଟ ନାଗରିକଙ୍କ ମିଳନ ହୋଇଛି


 କୋଷାଗୁମୁଡ଼ାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ


କୋଷାଗୁମୁଡା ତା:୧/୧୦/୨୦୨୬-(ଓଡ଼ିଶା ଖବର ନିୟୁଜ 24 ସଞ୍ଜୟ କୁମାର )

କୋଷାଗୁମୁଡ଼ା ବ୍ଲକ ସମ୍ବିଳନୀ କକ୍ଷଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ନାଗରିକଙ୍କ ସମ୍ମାନ, ସ୍ୱାସ୍ଥ୍ୟ, ସୁରକ୍ଷା ଓ କଲ୍ୟାଣ ନେଇ ଆଲୋଚନା କରାଯାଇଥିଲା।


କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ସାଂସଦ ପ୍ରତିନିଧି ସୁରେଶ ପାତ୍ର, ଏସ୍‌ଆଇ ପର୍ଶୁରାମ ଛତ୍ରିଆ, ବିଏସ୍‌ଏସ୍‌ଓ ଯତୀନ ପାଣିଗ୍ରାହୀ, ବିପିଓ ସୁଦୀପ୍ତ ରଞ୍ଜନ ରାଉତଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଓ ୨୬ଟି ପଞ୍ଚାୟତରୁ ପ୍ରାୟ ୭୦ ଜଣ ବରିଷ୍ଠ ନାଗରିକ ଯୋଗଦେଇଥିଲେ।


ବରିଷ୍ଠ ନାଗରିକମାନେ ଦୀର୍ଘ ଦୁଇ ବର୍ଷ ଧରି ଦିଆଯାଇଥିବା ୧୦ ଦଫା ଦାବି କାର୍ଯ୍ୟକାରୀ ହୋଇନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ବିଡିଓଙ୍କ ଅନୁପସ୍ଥିତି ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ।


ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାୟ ୪୫ ଜଣ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଶେଷରେ ବରିଷ୍ଠ ନାଗରିକଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯିବା ସହ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।

Comments

Popular posts from this blog

କୋଷାଗୁମୁଡା ବ୍ଲକ ଭାଟାଗୁଡା ଗ୍ରାମରେ ଗା ଭିତରେ ଆଣ୍ଟଏ ପାଣି

ଇନ୍ଦ୍ରାବତୀ ଡ୍ୟାମ୍ ର 3 ନମ୍ବର ଗେଟ୍ ଖୋଲା, ନବରଙ୍ଗପୁରରେ ବନ୍ୟା ଆଶଙ୍କା

ଇନ୍ଦ୍ରାବତି ଡ୍ୟାମ ର 3 ନୁମ୍ବର ଗେଟ ଖୋଲା