Posts

Showing posts from September, 2026

ଦିନ ଦ୍ୱିପ୍ରହରରେ ବି ମୋଧ୍ୟାହ୍ନ ଭୋଜନ ବନ୍ଦ

Image
 ଦିନ ଦ୍ୱିପ୍ରହରରେ ବି ବନ୍ଦ ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ, ତଦନ୍ତ ଦାବି ନବରଙ୍ଗପୁର ୩୦/୦୯ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିପାରା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ନେଇ ଅବ୍ୟବସ୍ଥାର ଅଭିଯୋଗ ଆସିଛି। ବିଦ୍ୟାଳୟରେ ପାଠପଢ଼ା ଚାଲୁଥିବା ବେଳେ ଦିନ ଦ୍ୱିପ୍ରହର ସମୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳୁନଥିବା ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ରହିଛି। ତେବେ ଡଙ୍ଗରିପାରା ପ୍ରାଥମିକ ବିଦ୍ୟାଳୟରେ ଏହି ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ଉଠିଛି। ମଧ୍ୟାହ୍ନ ସମୟ ଅତିକ୍ରମ କରିଯାଉଥିଲେ ମଧ୍ୟ ଭୋଜନ ପ୍ରସ୍ତୁତ କିମ୍ବା ପରିବେଷଣ ହେଉନଥିବାରୁ ଛାତ୍ରଛାତ୍ରୀ ଅପେକ୍ଷା କରିବାକୁ ପଡ଼ୁଥିବା କୁହାଯାଇଛି। ବିଦ୍ୟାଳୟରେ ନିୟମିତ ଭାବେ ମଧ୍ୟାହ୍ନ ଭୋଜନ ଦିଆଯାଉଛି କି ନାହିଁ, ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନରେ କୌଣସି ଅବହେଳା ହେଉଛି କି ନାହିଁ, ସେନେଇ ତଦନ୍ତ କରିବାକୁ ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହା ସହିତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସମୟୋଚିତ ଭାବେ ମଧ୍ୟାହ୍ନ ଭୋଜନ ଯୋଗାଇଦେବା ସହ ବ୍ୟବସ୍ଥାରେ ଥିବା ଅବ୍ୟବସ୍ଥା ଦୂର କରିବାକୁ ଦାବି ହୋଇଛି। ଏନେଇ ସମ୍ପୃକ୍ତ ଶିକ୍ଷା ବିଭାଗ ଅଧ...

୨ ବ୍ଲକ୍ ୨୫ ଗାଁ ବୁଡିଲା! ୯୫୫୩ ହେକ୍ଟର ଫସଲ ନଷ୍ଟ

Image
 ନବରଙ୍ଗପୁର, ୨୮/୦୯/୨୦୨୬: ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ତାଜା ରିପୋର୍ଟ ଅନୁଯାୟୀ ଜିଲ୍ଲାର ୨ ଟି ବ୍ଲକର ୯ ଟି ପଞ୍ଚାୟତର ୨୫ ଟି ଗାଁ ବନ୍ୟା ପାଣିରେ ପ୍ରଭାବିତ ହୋଇଛି। ସରକାରୀ ରିପୋର୍ଟ ଅନୁସାରେ ୬୪୦ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୩୪୦ ଜଣ ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି। ପ୍ରଭାବିତ ଲୋକଙ୍କ ପାଇଁ ୪ ଟି ମାଗଣା ରୋଷେଇ ଘର ଖୋଲା ଯାଇଛି। ବନ୍ୟାରେ ସବୁଠୁ ବଡ଼ କ୍ଷତି ଚାଷ ଜମିରେ ହୋଇଛି। ୯୫୫୩ ହେକ୍ଟର ଚାଷ ଜମି ବାଲିଚର ହୋଇଯାଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି ମାନବ ମୃତ୍ୟୁ, ଘର ଭାଙ୍ଗିବା, ଗୁହାଳ ମୃତ୍ୟୁ କିମ୍ବା ବନ୍ଧ ଭାଙ୍ଗିବା ଭଳି ଘଟଣା ରିପୋର୍ଟ ହୋଇ ନାହିଁ 

ପାପଡ଼ାହାଣ୍ଡି ବ୍ଲକରେ ଜିଲ୍ଲାସ୍ତୋରିୟ ଯୁଗ୍ମ ଜନ ଅଭିଯୋଗଯୁଣାଣି ଶିବିର ପାଳଣ

Image
 ପାପଡ଼ାହାଣ୍ଡି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ନବରଙ୍ଗପୁର, ତା. ୨୮.୦୯.୨୦୨୬: ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗର ତ୍ୱରିତ ଶୁଣାଣି, ନିୟମାନୁଯାୟୀ ସମାଧାନ ଏବଂ ସରକାରୀ ସେବାକୁ ଲୋକଙ୍କ ନିକଟତର କରିବା ଉଦ୍ଦେଶ୍ୟରେ ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ନବରଙ୍ଗପୁର ଡ. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର ଏବଂ ପାପଡ଼ାହାଣ୍ଡି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କପିଳଦେବ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଶିବିରରେ ଜନସାଧାରଣଙ୍କ ପକ୍ଷରୁ ମୋଟ ୪୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୦ଟି ବ୍ୟକ୍ତିଗତ ଅଭିଯୋଗ, ୯ଟି ଗ୍ରାମସ୍ତରୀୟ ଅଭିଯୋଗ ଏବଂ ୧ଟି ରେଡକ୍ରସ୍ ପାଣ୍ଠି ସମ୍ବନ୍ଧୀୟ ଅଭିଯୋଗ ରହିଥିଲା। ଏହି ଅବସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ମଧ...

ସଠିକ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତି ପାଇଁ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ ପ୍ରସାଶୋନ ତୋରୋପରୁ କାର୍ଯ୍ୟ ଆରମ୍ବୋ

Image
 ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ଓ ରିଲିଫ୍ କାର୍ଯ୍ୟ ଜାରି ସଠିକ୍ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତି ପାଇଁ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରେ ନିରନ୍ତର କାର୍ଯ୍ୟ ନବରଙ୍ଗପୁର, ୨୭ ସେପ୍ଟେମ୍ବର ୨୦୨୬:  ସାମ୍ପ୍ରତିକ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ, କ୍ଷୟକ୍ଷତି ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ଏବଂ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି। ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରେ ବରିଷ୍ଠ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିରନ୍ତର କାର୍ଯ୍ୟରତ ରହି କ୍ଷୟକ୍ଷତି ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ, ସଂକଳନ ଓ ଯାଞ୍ଚ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଜିଲ୍ଲାର ବାସ୍ତବ ଓ ସଠିକ୍ କ୍ଷୟକ୍ଷତିର ଚିତ୍ର ଉପସ୍ଥାପନ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ତଥ୍ୟ ପ୍ରସ୍ତୁତି ଓ ସତ୍ୟାପନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଅବପାତ ଜନିତ ପ୍ରବଳ ବର୍ଷା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରେ ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ, ଉଦ୍ଧାର କାର୍ଯ୍ୟ, ପାନୀୟ ଜଳ ଏ...

କୋଷାଗୁମୁଡ଼ା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି - ରିଲିଫ ଶିବିରରେ ଲୋକଙ୍କ ସହ ଆଲୋଚନା | Nabarangpur Flood News

Image
 

ବର୍ଦ୍ଦୀ ଭିତରେ ମଣିଷ 🙏 କୋଡିଙ୍ଗା IIC ଦୀପକ ସାର ନିଜ ଟିମ୍ ସହ ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କଲେ | 26.09.2026

Image
 

ବର୍ଦ୍ଦୀ ଭିତରେ ମଣିଷ - କୋଡିଙ୍ଗା ଥାନା IIC ଦୀପକ ସାରଙ୍କ ମାନବିକତା, ନିଜ ଟିମ୍ ସହ ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର | Kodinga Rescue News 26.09.2026

Image
 NABARANGPUR, KODINGA, 26.09.2026: ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି। ଏଭଳି ବିପଦ ସମୟରେ କୋଡିଙ୍ଗା ଥାନା ପକ୍ଷରୁ ଏକ ବଡ ମାନବିକତାର ଉଦାହରଣ ଦେଖିବାକୁ ମିଳିଛି। ଥାନା ଅଧିକାରୀ IIC ଦୀପକ ସାର ଖବର ପାଇବା ମାତ୍ରେ ନିଜ ଟିମ୍ କୁ ଧରି ଉଦ୍ଧାର କାର୍ଯ୍ୟରେ ବାହାରିଛନ୍ତି। ହାତରେ ଲାଠି ନୁହେଁ, ମଣିଷକୁ ବଞ୍ଚାଇବାର ସାହସ ନେଇ ସେ ବନ୍ୟା ପାଣି ଭିତରକୁ ପଶି ଯାଇଛନ୍ତି। ସୂଚନା ଅନୁସାରେ, କୋଡିଙ୍ଗା ଅଞ୍ଚଳର ତଳିଆ ଅଞ୍ଚଳରେ କିଛି ପରିବାର ପାଣି ଘେରରେ ଫସି ରହିଥିଲେ। ବୃଦ୍ଧ ବୃଦ୍ଧା, ମହିଳା ଏବଂ ଛୋଟ ଛୁଆମାନେ ଘର ଭିତରେ ଅଟକି ରହିଥିଲେ। ଖବର ପାଇ ଦୀପକ ସାର ନିଜେ ନାଉକା ଏବଂ ଟ୍ରାକ୍ଟର ସାହାଯ୍ୟରେ ସେମାନଙ୍କ ପାଖରେ ପହଞ୍ଚିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ସବୁଠୁ ବଡ କଥା ହେଲା - କେବଳ ଡ୍ୟୁଟି ନୁହେଁ, ମାନବିକତା। ସେ ଜଣେ ବୃଦ୍ଧା ମାଆକୁ ନିଜ କାନ୍ଧରେ ବସାଇ ପାଣିରୁ ବାହାର କରି ଆଣିଥିଲେ। ଆଉ ଜଣେ ଛୋଟ ଶିଶୁକୁ ନିଜ ଛାତିରେ ଧରି ସୁରକ୍ଷିତ ସ୍ଥାନକୁ ନେଇଥିଲେ। ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଲୋକଙ୍କ ଆଖିରେ ଲୁହ ଆସି ଯାଇଥିଲା। ଦୀପକ ସାର କହିଛନ୍ତି, "ପୋଲିସ ମାନେ କେବଳ ଆଇନ ରକ୍ଷା କରେ ନାହିଁ, ବିପଦ ବେଳେ ଲୋକଙ୍କ ପାଇଁ ଛିଡା ହେବା ଆମର ପ୍ରଥମ ଧର୍ମ।" ତାଙ୍କ ସହ କୋଡିଙ୍ଗା ଥାନାର ଅନ...

ନବରଙ୍ଗପୁରରେ ମେଗା ସଦସ୍ୟତା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ | 25.09.2026

Image
 

ନବରଙ୍ଗପୁରରେ ‘ମେଗା ସଦସ୍ୟତା ଅଭିଯାନ ସମ୍ୱନ୍ଧ ଯୋଜନା’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

Image
  ନବରଙ୍ଗପୁରରେ ‘ମେଗା ସଦସ୍ୟତା ଅଭିଯାନ ସମ୍ୱନ୍ଧ ଯୋଜନା’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ନବରଙ୍ଗପୁର, ୨୫.୦୯.୨୦୨୬:* ସମବାୟ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ମେଗା ସଦସ୍ୟତା ଅଭିଯାନ ସମ୍ୱନ୍ଧ ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଅଭିଯାନର ଶୁଭାରମ୍ଭ କରାଯାଇଛି। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ସମବାୟ ସଂସ୍ଥା ପକ୍ଷରୁ ନିର୍ମିତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ କରାଯିବା ସହ ନୂତନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ଏଥିସହ ସମବାୟ ବିଭାଗରେ ନିଯୁକ୍ତି ପାଇଁ ଚୟନିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଉତ୍ସବ ସ୍ଥାନୀୟ ମିଶନ ଶକ୍ତି ହଲ୍‌ଠାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ, ପୂର୍ବତନ ମାନ୍ୟବର ସାଂସଦ ପର୍ଶୁରାମ ମାଝୀ, ସମବାୟ ବିଭାଗର ଅଧିକାରୀବୃନ୍ଦ, ବିଭିନ୍ନ ସମବାୟ ସମିତିର କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟା, ବିଭିନ୍ନ ବିଭାଗର ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ରାଜ୍ୟସ୍ତରୀୟ କାର୍ଯ୍ୟ...

କୋଷାଗୁମୁଡା ବ୍ଲକ ଭାଟାଗୁଡା ଗ୍ରାମରେ ଗା ଭିତରେ ଆଣ୍ଟଏ ପାଣି

Image
 କୋଷାଗୁମୁଡା ବ୍ଲକ ଚିର୍ମା ପଞ୍ଚାୟତ ଭାଟାଗୁଡ଼ା ଗ୍ରାମରେ ଘରେ ଘରେ ପାଣି କୋଷାଗୁମୁଡା ବ୍ଲକ ଚିର୍ମା ପଞ୍ଚାୟତ ଅନ୍ତର୍ଗତ ଭାଟାଗୁଡ଼ା ଗ୍ରାମରେ ଘରେ ଘରେ ପାଣି ପଶିସାରିଲାଣି। ଇନ୍ଦ୍ରାବତୀ ନଦୀର ପାଣି ପୁରା ଗାଁ ଭିତରକୁ ପଶିସାରିଲାଣି। ଇନ୍ଦ୍ରାବତୀ ଡ୍ୟାମର 3 ନମ୍ବର ଗେଟ୍ ଖୋଲିବା ପରେ ଭାଟାଗୁଡ଼ା ଗ୍ରାମର ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡିଛି। ଲୋକଙ୍କ ଘରେ ଆଣ୍ଠୁଏ ରୁ ଅଣ୍ଟାଏ ପାଣି ପଶିଛି। ଲୋକେ ଛାତ ଉପରେ ରହିବାକୁ ବାଧ୍ୟ ହେଉଛନ୍ତି। ଚାଷ ଜମି ସବୁ ବୁଡି ଯାଇଛି। ଗ୍ରାମବାସୀଙ୍କ ଅନୁରୋଧ, ତୁରନ୍ତ ପ୍ରଶାସନ ଭାଟାଗୁଡ଼ା ଗ୍ରାମକୁ ଯାଇ ଉଦ୍ଧାର କାର୍ଯ୍ୟ ଜାରି ରଖନ୍ତୁ।

ଇନ୍ଦ୍ରାବତି ଡ୍ୟାମ ର 3 ନୁମ୍ବର ଗେଟ ଖୋଲା

Image
  ଇନ୍ଦ୍ରାବତୀ ଡ୍ୟାମ୍ ର 3 ନମ୍ବର ଗେଟ୍ ଖୋଲା, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡା ବ୍ଲକରେ ବନ୍ୟା* ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରର 3 ନମ୍ବର ଗେଟ୍ ଖୋଲିବାକୁ ବାଧ୍ୟ ହୋଇଛି ପ୍ରଶାସନ। ଗେଟ୍ ଖୋଲିବା ପରେ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡା ବ୍ଲକର କୋର୍ଲିମାଲ ସମେତ ଇନ୍ଦ୍ରାବତୀ ଆଖପାଖ ସମସ୍ତ ଗାଁ ରେ ପାଣି ପଶି ସାରିଛି। ଘରେ ଘରେ ଆଣ୍ଠୁଏ ପାଣି, ଲୋକେ ଛାତ ଉପରେ ରହିଛନ୍ତି। ଇନ୍ଦ୍ରାବତୀ ଆଖପାଖ ଗାଁ ମାନଙ୍କୁ ସତର୍କ ରୁହନ୍ତୁ। ନଦୀ କୂଳକୁ ଯାଆନ୍ତୁ ନାହିଁ। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ODRAF ଟିମ୍ ଓ ବ୍ଲକ ପ୍ରଶାସନ ଗାଁ ଗାଁ ବୁଲି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି।

ଇନ୍ଦ୍ରାବତୀ ଡ୍ୟାମ୍ ର 3 ନମ୍ବର ଗେଟ୍ ଖୋଲା, ନବରଙ୍ଗପୁରରେ ବନ୍ୟା ଆଶଙ୍କା

Image
  ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଡ୍ୟାମ୍ ର ଗେଟ୍ ଖୋଲା, ମୁରାନ ଡ୍ୟାମ୍ ଖୋଲିବା ନେଇ ସୂଚନା - ନଦୀ କୂଳିଆ ଲୋକେ ସତର୍କ ରୁହନ୍ତୁ : ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଡ୍ୟାମ୍ ର ଗୋଟିଏ ଗେଟ୍ ଖୋଲା ଯାଇଛି, ଆବଶ୍ୟକ ପଡିଲେ ମୁରାନ ଡ୍ୟାମ୍ ମଧ୍ୟ ଖୋଲାଯିବ। ପ୍ରଶାସନ ପକ୍ଷରୁ ସତର୍କ ସୂଚନା। BREAKING NEWS - ନବରଙ୍ଗପୁର ଜିଲ୍ଲାରୁ ବଡ ଖବର ନବରଙ୍ଗପୁର: ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଡ୍ୟାମ୍ ରେ ଜଳସ୍ତର ବଢିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ ଇନ୍ଦ୍ରାବତୀ ଡ୍ୟାମ୍ ର ଗୋଟିଏ ଗେଟ୍ ଖୋଲା ଯାଇଛି।  ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଯଦି ବର୍ଷା ଏମିତି ଜାରି ରହେ ତେବେ ଆବଶ୍ୟକ ପଡିଲେ ମୁରାନ ଡ୍ୟାମ୍ ମଧ୍ୟ ଖୋଲାଯିବ।  ପ୍ରଶାସନ ପକ୍ଷରୁ ସତର୍କ ସୂଚନା: ଇନ୍ଦ୍ରାବତୀ ଓ ମୁରାନ ନଦୀ କୂଳରେ ଥିବା ସମସ୍ତ ଗାଁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। କେହି ବି ନଦୀକୁ ଗାଧୋଇବା, ମାଛ ଧରିବା ବା ଗୋରୁ ଗାଈ ଚରାଇବା ପାଇଁ ଯାଆନ୍ତୁ ନାହିଁ। ଛୋଟ ପିଲାଙ୍କୁ ନଦୀ ନିକଟକୁ ଛାଡନ୍ତୁ ନାହିଁ। ବର୍ଷା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ନଦୀ ଜଳସ୍ତର ହଠାତ୍ ବଢିପାରେ। ତେଣୁ ସମସ୍ତେ ସୁରକ୍ଷିତ ସ୍ଥାନରେ ରୁହନ୍ତୁ। କୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ବ୍ଲକ ପ୍ରଶାସନ ବା ପଞ୍ଚାୟତକୁ ଖବର ଦିଅନ୍ତୁ। ରିପୋର୍ଟ - ଓଡିଶା ଖବର...

କୋଷାଗୁମୁଡ଼ା ବ୍ଲକ ବଡ଼ କୁନାର ଗାଁରେ ୩ ଦିନ ହେଲା କରେଣ୍ଟ ନାହିଁ, ପାଣି ଓ ଗାଡି ସମସ୍ୟା

Image
 : କୋସାଗୁମୁଡ଼ା ବ୍ଲକ ବଡ଼ କୁନାର ଗାଁରେ ୩ ଦିନ ହେଲା କରେଣ୍ଟ ନାହିଁ, ପାଣି ଓ ଗାଡି ମୋଟର ସମସ୍ୟା - ଲୋକେ ହନ୍ତସନ୍ତ kosagumuda-block-bada-kunara-current-problem : ନବରଙ୍ଗପୁର ଜିଲ୍ଲା କୋସାଗୁମୁଡ଼ା ବ୍ଲକ ମୋତିଗାଁ ପଞ୍ଚାୟତ ବଡ଼ କୁନାର ଗାଁରେ ତିନି ଦିନ ହେଲା ବିଦ୍ୟୁତ ନାହିଁ। ପାଣି ଅସୁବିଧା, ଲକ୍ଷ୍ମୀ ବସ୍ ଆସୁନାହିଁ, ଗାଡି ମୋଟର ବନ୍ଦ। କୋସାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ମୋତିଗାଁ ଗ୍ରାମ ପଞ୍ଚାୟତର ବଡ଼ କୁନାର ଗାଁରେ ଗତ ତିନି ଦିନ ହେଲା ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଫଳରେ ଗାଁର ଶତାଧିକ ପରିବାର ଅନ୍ଧାରରେ ଜୀବନ ବିତାଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବର୍ଷା ପରେ ଟ୍ରାନ୍ସଫର୍ମର ଖରାପ ହୋଇଯାଇଛି। ବିଦ୍ୟୁତ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି କର୍ମଚାରୀ ଗାଁକୁ ଆସି ନାହାଁନ୍ତି। କରେଣ୍ଟ ନଥିବାରୁ ପାଣିର ବହୁତ ଅସୁବିଧା: ବିଦ୍ୟୁତ୍ ନଥିବାରୁ ନଳକୂପ ଓ ପାଣି ମୋଟର ଚାଲୁନାହିଁ। ଲୋକେ ପିଇବା ପାଣି ପାଇଁ ୧-୨ କିଲୋମିଟର ଦୂରକୁ ଯିବାକୁ ପଡୁଛି। ଛୋଟ ପିଲା ଓ ବୟସ୍କ ଲୋକେ ଅଧିକ କଷ୍ଟ ପାଉଛନ୍ତି। ଲକ୍ଷ୍ମୀ ବସ୍ ଓ ଗାଡି ସମସ୍ୟା: ବଡ଼ କୁନାର ଗାଁକୁ ସରକାରୀ ଲକ୍ଷ୍ମୀ ବସ୍ ଆସୁନାହିଁ। ଏପରିକି ଗୋଟେ ବି ଘରୋଇ ଗାଡି ଗାଁକୁ ଯାଉନାହିଁ। ରାସ୍ତା ଖରାପ ଥିବାରୁ ଡ୍ରାଇଭର ମାନେ ଗାଁକୁ ଆସିବାକୁ ମନା କରୁଛନ୍ତି। ଫଳରେ ଲୋକେ ବ୍ଲକ, ହସ୍...

କୋଡିଙ୍ଗାରେ ଘରେ ଘରେ ପଶିଲା ପାଣି, ଲୋକେ ପାଣି ଘେରରେ - ନବରଙ୍ଗପୁରରେ ପ୍ରବଳ ବର୍ଷା

Image
 କୋଡିଙ୍ଗାରେ ଘରେ ଘରେ ପଶିଲା ପାଣି, ଲୋକେ ପାଣି ଘେରରେ - ନବରଙ୍ଗପୁରରେ ପ୍ରବଳ ବର୍ଷା ନବରଙ୍ଗପୁର, କୋଡିଙ୍ଗା, ତା. ୨୪.୦୯.୨୦୨୬: ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ଆଜି ଦିନ ପ୍ରାୟ ୪ ଘଟିକା ସମୟରେ ପ୍ରବଳ ବର୍ଷା ହେବା ଫଳରେ କୋଡିଙ୍ଗାର ବିଭିନ୍ନ ୱାର୍ଡରେ ଘରେ ପାଣି ପଶିଯାଇଛି। ପ୍ରାପ୍ତ ଫଟୋ ଓ ସୂଚନା ଅନୁଯାୟୀ, ଗଳି ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଲୋକଙ୍କ ଘରର ରୋଷେଇ ସାମଗ୍ରୀ, ବସ୍ତ୍ର, ଖାଦ୍ୟ ସାମଗ୍ରୀ ସବୁ ପାଣିରେ ଭିଜି ନଷ୍ଟ ହେଉଛି। ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନଥିବାରୁ ବର୍ଷା ପାଣି ବାହାରକୁ ନ ଯାଇ ସିଧା ଘରେ ପଶୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବର୍ଷା ଆହୁରି ଜାରି ରହିଲେ ପରିସ୍ଥିତି ଅଧିକ ଗମ୍ଭୀର ହେବା ଆଶଙ୍କା କରାଯାଉଛି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ପାଣି ନିଷ୍କାସନ ଓ ଲୋକଙ୍କୁ ସହାୟତା ଯୋଗାଇବାକୁ ଦାବି ହେଉଛି। ଓଡ଼ିଶା ଖବର ନ୍ୟୁଜ୍ ୨୪ ତରଫରୁ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ।

ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା: ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ - ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

Image
 ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା: ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ନବରଙ୍ଗପୁର, ୨୪ ସେପ୍ଟେମ୍ବର ୨୦୨୬: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତ ଓ ଘଡ଼ଘଡ଼ି ହେବାର ପୂର୍ବାନୁମାନ ଦିଆଯାଇଛି। ଏଥିସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତାୟାତ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ୨୫ ସେପ୍ଟେମ୍ବର ୨୦୨୬ (ଗୁରୁବାର) ଦିନ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର, ସରକାରୀ ବିଦ୍ୟାଳୟ, ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ଘରୋଇ ବିଦ୍ୟାଳୟ ବନ୍ଦ ରହିବ କିନ୍ତୁ ସମସ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଙ୍ଗନୱାଡ଼ି କର୍ମୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ନିଜ ନିଜ ଅନୁଷ୍ଠାନରେ ସାଧାରଣ ଭାବେ ଉପସ୍ଥିତ ରହିବେ। ବର୍ତ୍ତମାନର ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସତର୍କ ରହିବା ଏବଂ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ରିପୋର୍ଟ - ଓଡ଼ିଶା ଖବର ନ୍ୟୁଜ୍ ୨୪, ନବରଙ୍ଗପୁର

ଜିଲ୍ଲାସ୍ତରୀୟ ‘ଶିଶୁମାନଙ୍କ ପାଇଁ ଏକ ଦିନ ଟିଏ’ ଓ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ - ନବରଙ୍ଗପୁର

Image
 ଜିଲ୍ଲାସ୍ତରୀୟ ‘ଶିଶୁମାନଙ୍କ ପାଇଁ ଏକ ଦିନ ଟିଏ’ ଓ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ନବରଙ୍ଗପୁର, ତା. ୨୪.୦୯.୨୦୨୬: ଶିଶୁ ବିବାହ ଓ ଶିଶୁ ଶ୍ରମ ନିରୋଧ ସହିତ ଶିଶୁମାନଙ୍କ ସୁରକ୍ଷା, ଅଧିକାର ଓ କଲ୍ୟାଣ ତଥା କିଶୋର-କିଶୋରୀଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ‘ଶିଶୁମାନଙ୍କ ପାଇଁ ଏକ ଦିନ ଟିଏ’ କାର୍ଯ୍ୟକ୍ରମ ଓ ଟାସ୍କ ଫୋର୍ସ କମିଟି ବୈଠକ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଶୋକ ମେହେତା କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ବିଭାଗର ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ବର୍ମାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଫୁଲ୍ଲ କୁମାର ପାଢ଼ୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ତନୁଶ୍ରୀ ମିଶ୍ରଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଶିଶୁ ବିବାହ ନିରୋଧ, ଶିଶୁ ଶ୍ରମିକଙ୍କ ଚିହ୍ନଟ, ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, କିଶୋର-କିଶୋରୀଙ୍କ ଅଧିକାର ଓ ସଶକ୍ତିକରଣ, ପୂର୍ବ ଚିହ୍ନଟ, ତ୍ୱରିତ ହସ୍ତକ୍ଷେପ ଏବଂ ଆଇନଗତ ପଦକ୍ଷେପ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଶିଶୁ ଶ୍ରମ ନିରୋଧ ପାଇଁ ନିୟମିତ ଯାଞ୍ଚ, ଉଦ୍ଧାର ଓ ପୁନର୍ବାସନ ସହିତ ସେମାନଙ୍କ...

ବେଟି ବଚାଓ ବେଟି ପଢାଓ: ନବରଙ୍ଗପୁରରେ ଅନ୍ତର୍ବିଭାଗୀୟ ସମନ୍ୱୟ ବୈଠକ, ବାଳିକାଙ୍କ ସୁରକ୍ଷା ଉପରେ ଆଲୋଚନା

Image
 ବେଟି ବଚାଓ ବେଟି ପଢାଓ ଅଧୀନରେ ଅନ୍ତର୍ବିଭାଗୀୟ ସମନ୍ୱୟ ବୈଠକ ନବରଙ୍ଗପୁର, ତା. ୨୪.୦୯.୨୦୨୬: ବାଳିକା ଶିଶୁଙ୍କ ଶିକ୍ଷା, ସୁରକ୍ଷା ଓ ସଶକ୍ତିକରଣ ସହିତ ସେମାନଙ୍କର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ଏବଂ ବେଟି ବଚାଓ ବେଟି ପଢାଓ (BBBP) ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହତା କନଫରେନ୍ସ ହଲ୍‌ରେ ଏକ ଅନ୍ତର୍ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ବର୍ମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ଆୟୋଜନ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ କରାଯାଇଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ ସମ୍ପୃକ୍ତ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇ BBBP ଯୋଜନା ଅଧୀନରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି, ଅଗ୍ରଗତି ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ବାଳିକା ଶିଶୁଙ୍କ ଲିଙ୍ଗ ଅନୁପାତ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବାଳିକା ଶିଶୁଙ୍କ ପ୍ରତି ସକାରାତ୍ମକ ସାମାଜିକ ଦୃଷ୍ଟିଭଙ୍ଗୀ, ସମାନ ସୁଯୋଗ ଏବଂ ସେମାନଙ୍କ ଅଧିକାର ପ୍ରତି ସଚେତନତା ବୃଦ୍ଧି କରିବା ଦିଗରେ ନିରନ୍ତର ପ୍ରୟାସ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ବିଶେଷକରି ବାଳିକାଙ୍କ ବିଦ୍ୟାଳୟ ଛାଡ଼ିବା ହାର ହ୍ରାସ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲ...

ପ୍ରବଳ ବର୍ଷା: ନନ୍ଦାହାଣ୍ଡି ସୋରୁଗୁଡ଼ାରେ ପାଚେରୀ ଭୁଶୁଡ଼ି ମହିଳା ଆହତ, ଜିଲ୍ଲା ପ୍ରଶାସନ ଦେଲା ₹5000 ସହାୟତା

Image
 ପ୍ରବଳ ବର୍ଷା ପରିସ୍ଥିତି: ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ତ୍ୱରିତ ପଦକ୍ଷେପ ନବରଙ୍ଗପୁର, ୨୪ ସେପ୍ଟେମ୍ବର: ମଧ୍ୟମରୁ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଘଣ୍ଟା ପ୍ରତି ୪୦-୫୦ କି.ମି. ବେଗରେ ପବନ ବହିବାର ସତର୍କ ସୂଚନା ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବ୍ୟାପୀ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଘର କ୍ଷତି, ଗଛ ପଡ଼ିବା ଏବଂ ଜଳାବଦ୍ଧତା ଘଟଣାରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛି। ପ୍ରଭାବିତ ପରିବାରମାନଙ୍କୁ ପଲିଥିନ୍ ସିଟ୍, ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି। ଆବଶ୍ୟକତା ଅନୁଯାୟୀ ପରିବାରମାନଙ୍କୁ ସୁରକ୍ଷିତ ସ୍ଥାନ ଓ ଆଶ୍ରୟଗୃହକୁ ସ୍ଥାନାନ୍ତର କରାଯାଇଛି। ନନ୍ଦାହାଣ୍ଡି ବ୍ଳକ ସୋରୁଗୁଡ଼ା ଗ୍ରାମରେ ପାଚେରୀ ଭୁଶୁଡ଼ି ଜଣେ ମହିଳା ଆହତ ହୋଇଥିବାବେଳେ ତାଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ଉଦ୍ଧାର କରି ଚିକିତ୍ସା ସୁବିଧା ଯୋଗାଇବା ସହ ରେଡକ୍ରସ୍ ପାଣ୍ଠିରୁ ₹୫,୦୦୦/- ସହାୟତା ପ୍ରଦାନ କରାଯାଇଛି। ଦହଣା, ବାଙ୍ଗରିନାଲ ଏବଂ ଅଉଳିଗୁମା ବ୍ରିଜ୍ ନିକଟରେ ଜଳସ୍ତର ବୃଦ୍ଧି ଯୋଗୁଁ ପୋଲିସ୍ ଏବଂ ଅଗ୍ନିଶମ କର୍ମଚାରୀ ମୁତୟନ କରାଯାଇଛି ଏବଂ ଯାନବାହନ ଚଳାଚଳ ଉପରେ ଆବଶ୍ୟକ ନିୟନ୍ତ୍ରଣ ଲାଗୁ କରାଯାଇଛି । ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛଗୁଡ଼ିକୁ ଅଗ...

କୋଷାଗୁମୁଡା SIS କଲୋନୀ ବିବାଦ - ମୁହଁ ଖୋଲିଲେ ନବରଙ୍ଗପୁର CDO ଓ VDO | Odisha Khabar News 24

Image
 ମାଡ଼ି ଆସୁଛି ବାତ୍ୟା ! ବଙ୍ଗୋପସାଗର ଅଶାନ୍ତ, ଓଡ଼ିଶା ଉପକୂଳରେ ହାଇ ଆଲର୍ଟ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେଉଛି। ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ର ମଧ୍ୟରେ ପବନର ବେଗ ବଢିଛି। ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଓଡ଼ିଶାର ସମସ୍ତ ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲୋକମାନେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଅଧିକ ଅପଡେଟ୍ ପାଇଁ ଓଡ଼ିଶା ଖବର ନ୍ୟୁଜ୍ ୨୪ ସହ ଜଡ଼ି ହୋଇ ରୁହନ୍ତୁ।

Nabarangpur Breaking - School Band Ghoshana, Collector Order Jaari

Image
Nabarangpur re aji bada ghoshana! Heavy rain alert jogu Nabarangpur Collector 2 dina pain sabu school aau Anganwadi centre band kariba pain nirdesha deichanti. 23 aau 24 September re jilla ra sabu school band rahiba. Kouthi essential exam achi sethi khola rahiba. Bay of Bengal re depression karana ru prabaL barsha heba boli IMD chetavani deichi. Indravati reservoir re desi dunga chaliba mana kara jaichi. 5 ta block pain Nodal Officer niyukta heichanti. Sabu sarkari karmachari nka chuti batil kara jaichi. Location: Nabarangpur Date: 23 Sept 2026 Source: District Collector Order #Nabarangpur #OdishaNews #SchoolClosed #RainAlert Report: Odisha Khabar News 24

IMD Latest 2330 hrs: Deep Depression 100km from Kalingapatnam - To Cross Tonight Near Gopalpur-Vizag

Image
 BREAKING WEATHER UPDATE - 2330 hrs IST, 22nd Sept 2026 IMD Bhubaneswar Latest: Deep Depression over Westcentral Bay of Bengal moved westwards @ 7 kmph. Present Location (2330 hrs): - 100 km east-southeast of Kalingapatnam - 150 km south of Gopalpur, Odisha - 220 km south-southwest of Puri - 180 km east-northeast of Visakhapatnam Forecast: Very likely to cross North Andhra Pradesh - South Odisha coasts between Visakhapatnam & Gopalpur, close to Kalingapatnam as a Deep Depression by night of 23rd Sept 2026. Impact: Nabarangpur, Kalahandi, Koraput, Malkangiri, Gajapati, Ganjam re Red Alert jari. Prabala ru ati prabala barsa heba. Source: IMD Official Bulletin 2330 hrs IST Stay Safe, Stay Tuned to Odisha Khabar News 24 #IMD #DeepDepression #CycloneAlert #Nabarangpur #Gopalpur #OdishaKhabarNews24

Anganwadi Chata Uparu Barsa Pani Gaduchi - Nabarangpur Ground Report | LIVE

Image
 Nabarangpur Jilla re Anganwadi Kendra ra abasta dayania. Chata uparu barsa pani gaduchi, pila mane asubidha re patha padhuchanti. Sarkar nku anurodha - turanta maramati karantu. Location: Nabarangpur Report: Odisha Khabar News 24 #Nabarangpur #Anganwadi #GroundReport #OdishaNews #BreakingNews

Nabarangpur Weather Alert: Yellow Alert 23-25 Sept 2026 - Collector Issues Warning

Image
  WEATHER ALERT - NABARANGPUR DISTRICT Source: IMD & Water Resources Department, Odisha

E-Paper 21 Sept 2026 - Odisha Khabar News 24

Image
 Nabarangpur Zilla ra sabuthu bada Khabar Kagaja Ebe ghare basi E-Paper padhantu. Tala Button re Click karantu. 📄 E-PAPER PADHIBA PAIN ETHI CLICK KARANTU Odisha Khabar News 24 - Aapana Mananka Nizara Khabar

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ୨୧୦ ତୀର୍ଥଯାତ୍ରୀଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ଶୁଭାରମ୍ଭ

Image
 ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ୨୧୦ ତୀର୍ଥଯାତ୍ରୀଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ଶୁଭାରମ୍ଭ ନବରଙ୍ଗପୁର, ୨୦.୦୯.୨୬:  ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଅଭିଳାଷ ପୂରଣ ତଥା ଆର୍ଥି କ ଅନଗ୍ରସରତା, ବୟସ କିମ୍ବା ଦୂରତା ଯେପରି ମହାପ୍ରଭୁଙ୍କ ଦର୍ଶନରେ ବାଧକ ନହୁଏ, ସେହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସମୁଦାୟ ୯୦୦ ଜଣ ୬୦ରୁ ୭୫ ବର୍ଷ ବୟସର ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକ ଏବଂ ୭୫ ବର୍ଷରୁ କମ୍ ବୟସର ବିଧବା ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ରାଜ୍ୟସ୍ତରୀୟ ଶୁଭାରମ୍ଭ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ଆଭାସୀ ମାଧ୍ୟମରେ କରାଯାଇଛି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟସ୍ଥିତ ମିଶନ ଶକ୍ତି ସଭାଗୃହ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ୨୧୦ ଜଣ ତୀର୍ଥଯାତ୍ରୀଙ୍କ ଶ୍ରୀକ୍ଷେତ୍ର ଯାତ୍ରାର ଆଜି ଶୁଭାରମ୍ଭ ହୋଇଛି। ମାନ୍ୟବର ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ପୃଷ୍ଟି ଓ ଶ୍ରୀ ବିଶ୍ୱଜିତ ବର୍ମନ,...

Nabarangpur re Shri Jagannath Darshan Yojana ra Shubharambha, Upamukhyamantri Karibe Flag Off

Image
Nabarangpur, 20 September 2026: Rajya Sarkaranka gurutwapurna yojana Shri Jagannath Darshan Yojana (SJDY) ra prathama yatra aji Nabarangpur ru shubharambha heba. Aji sandhya 4:00 PM re Mission Shakti Conference Hall, Nabarangpur parisara re Ayojita karyakrama re Mananiya Upamukhyamantri, W & CD, Mission Shakti o Parjyatana Bibhaga, Odisha sarkar Outdoor VC madhyama re yatra ku flag off karibe. Karyakrama ku cover kariba paina samasta media pratinidhi nku nimantrana kara jaichi. Odisha Khabar News 24 tarafa ru madhya coverage kara jiba. Ehi yojana dwara rajya ra hazar hazar shraddhalu mananku Puri Jagannath Darshan kariba paina sujog miliba.

Odisha re Prabala Barsha, Kete Jila re Alert Jari

Image
 Odisha re aaji prabala barsha heba sambhabana. Panipaga bibhaga anusare 10 ru adhika jilare Yellow Warning jari kara jaichhi.

Nabarangpur re Banya Sthiti Gambhira | Odisha Flood News *Body:* Nabarangpur jilare lagatara barsa heba jogun banya sthiti gambhira heipadichi. Aneka anchalare rasta upare pani, loka bahara ku bahariparu nahanti. Chasi bhai mane bahut kshatigrasta heichhanti. Prashasana tarafaru sahajya jaari achhi. Odisha ra sabu khabar pain ama saha jodi huantu. Website: http://www.odishakhabarnews24.in YouTube: ODISHA KHABARA NEWS OdishaNews Nabarangpur Flood

Image
 Nabarangpur jilare lagatara barsa heba jogun banya sthiti gambhira heipadichi. Aneka anchalare rasta upare pani, loka bahara ku bahariparu nahanti. Chasi bhai mane bahut kshatigrasta heichhanti. Prashasana tarafaru sahajya jaari achhi. Odisha ra sabu khabar pain ama saha jodi huantu.