ଏହି କାର୍ଯ୍ୟକ୍ରମରେ କୋଷାଗୁମୁଡ଼ା ଅଞ୍ଚଳର ସାଂସଦ ପ୍ରତିନିଧି ସୁରେଶ ପାତ୍ର ଅନୁପସ୍ଥିତ ଥିଲେ ଏ ନେଇ ସୁରେଶ ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବ୍ୟକ୍ତିଗତ କାର୍ଯ୍ୟ ଯୋଗୁଁ ସେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରି ନଥିଲେ ଦଳ ଭିତରେ ତାଙ୍କୁ ନେଇ କୌଣସି ବିରୋଧ ବା ଅସନ୍ତୋଷ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ମାଝିଧନୁଆଠାରେ ଆଜି ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ କୋଷାଗୁମୁଡ଼ା ଅଞ୍ଚଳର ସାଂସଦ ପ୍ରତିନିଧି ସୁରେଶ ପାତ୍ର ଅନୁପସ୍ଥିତ ଥିଲେ। ଏ ନେଇ ସୁରେଶ ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବ୍ୟକ୍ତିଗତ କାର୍ଯ୍ୟ ଯୋଗୁଁ ସେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରି ନଥିଲେ। ଦଳ ଭିତରେ ତାଙ୍କୁ ନେଇ କୌଣସି ବିରୋଧ ବା ଅସନ୍ତୋଷ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନା ଅନୁଯାୟୀ, ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ଏଭଳି ମିଶ୍ରଣ ପର୍ବ ଆୟୋଜନ କରାଯାଉଛି।

Comments
Post a Comment