ବରିଷ୍ଟ ନାଗରିକ ଦିବସ ମୋଞ୍ଚରେ କିନ୍ନରଙ୍କୁ ସୁଯୋଗୋ
ବରିଷ୍ଠ ନାଗରିକ ଦିବସ ମଞ୍ଚରେ କିନ୍ନର ଙ୍କୁ ସୁଯୋଗ
ନବରଙ୍ଗପୁର: ନବରଙ୍ଗପୁର ସାଇ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ବରିଷ୍ଠ ନାଗରିକ ଦିବସ ଅବସରରେ ଜିଲ୍ଲା କିନ୍ନର ସଂଘ ର ସଦସ୍ୟ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେବା ନିମନ୍ତେ ଜିଲ୍ଲା ପ୍ରଶାସନ ସୁଯୋଗ ଦେଇଛି ଏଥି ସମେତ ଜିଲ୍ଲା କିନ୍ନର ସଂଘର ସଭାପତି କାଜୋଲ ଏବଂ ସମ୍ପାଦକ ଚୁମୁକି କୁ ମଞ୍ଚ ପ୍ରଦାନ କରିବା ସହ ନିଜ ମତବ୍ୟକ୍ତ କରିବାକୁ ମଧ୍ୟ ସୁଯୋଗ ପ୍ରଦାନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଉଭୟ ଜିଲ୍ଲା ପ୍ରଶାସନ ଏବଂ ଅନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ, କିନ୍ନର ସଂଘର ସଦସ୍ୟ ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ରେ ସୁଯୋଗ ଦେଇ, ସମାଜ ରେ କିନ୍ନର ଙ୍କ ପ୍ରତି କୌଣସି ଭେଦଭାବ ନାହିଁ ବୋଲି ଏକ ବାର୍ତ୍ତା ସମାଜକୁ ପ୍ରଦାନ କରାଯାଉଛି। ପ୍ରଶାସନ ପକ୍ଷରୁ ଜିଲ୍ଲା କିନ୍ନର ସଂଘ ର ସଦସ୍ୟଙ୍କୁ ବରିଷ୍ଠ ନାଗରିକ ଦିବସ ଅବସରରେ ମଞ୍ଚରେ ସୁଯୋଗ ପ୍ରଦାନ କରିଥିବାରୁ ଜିଲ୍ଲା ପ୍ରଶାସନ କୁ କିନ୍ନର ସଂଘର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଛନ୍ତି। ପ୍ରଶାସନ ର ଏହି ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ କିନ୍ନର ସଂଘ ର ସଦସ୍ୟ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡେଇ ମଞ୍ଚରେ ନୃତ୍ୟ ପରିବେଷଣ କରିବାକୁ ସୁଯୋଗ ପ୍ରଦାନ କରାଯାଇଥିଲା ଏବଂ ସେହିପରି କିନ୍ନର ସଂଘ ର ସଦସ୍ୟ ରାଧା ଧାକଡ ମଣ୍ଡେଇ ଲୋକ ଗୀତ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ଇତିହାସ ସୃଷ୍ଟି କରି ସାରିଛନ୍ତି । କିନ୍ନର ମାନଙ୍କ ଲୁକ୍କାୟିତ ପ୍ରତିଭା କୁ ଲୋକ ଲୋଚନ ଆଣିବାରେ ଜିଲ୍ଲା କିନ୍ନର ସଂଘ ସଫଳ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ସୂଚନା ଯୋଗ୍ୟ ଯେ ପୂର୍ବରୁ ମଧ୍ୟ କିନ୍ନର ସଂଘର ସଦସ୍ୟ ମାନେ ଗରିବ ମାନଙ୍କୁ ବର୍ଷା ମାସରେ ଛତା, ଶୀତ ମାସରେ କମ୍ବଳ, ବିଭିନ୍ନ ସମୟରେ ରକ୍ତ ସଂଗୃହିତ ସଂସ୍ଥା ମାନଙ୍କରେ ରକ୍ତ ଦାନ, ବିଭିନ୍ନ ପୂଜା କମିଟି ଏବଂ କ୍ରୀଡା କମିଟି କୁ ଆର୍ଥିକ ସହାୟତା କରିବା ସହ ଜିଲ୍ଲା ପ୍ରଶାସନ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ ଦେଉଛନ୍ତି। ବିଭିନ୍ନ କ୍ଷେତ୍ରରେ କିନ୍ନର ସଂଘର ସଦସ୍ୟ ମାନେ ସକ୍ରିୟ ଭୂମିକା ଗ୍ରହଣ କରି କିନ୍ନର ମାନେ ଉଦାହରଣ ସୃଷ୍ଟି କରୁଛନ୍ତି। ସଂଘ ଗଠନ ହେବା ପରେ କିନ୍ନର ମାନଙ୍କ ଏପରି ଉନ୍ନତି ଦେଖି ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସମେତ ମୁଖ୍ୟ ପରାମର୍ଶଦାତା ଜଗନ୍ନାଥ ମହାପାତ୍ର, ଉପଦେଷ୍ଟା ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ, ପ୍ରୋଜେକ୍ଟ ଲିଡର ଏମ.ବାଲା କୃଷ୍ଣ ରାଓ, ସଂଘର ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର , ସଂଘର ମହିଳା ଉପଦେଷ୍ଟା ତଥା ସମାଜସେବୀ ଶର୍ମିଷ୍ଠା ଦେଓ, ଅଧିବକ୍ତା କିଶୋରୀ ପଟ୍ଟନାୟକ, ଅଧ୍ୟାପିକା ଡକ୍ଟର ସଂଯୁକ୍ତା ପଣ୍ଡା, ପ୍ରିନ୍ସିପାଲ ସ୍ଵର୍ଣାଲତା ପଟ୍ଟନାୟକ , ଅନ୍ୟତମ ଉପଦେଷ୍ଟା ସମାଜସେବୀ ନୀନୀବାବୁ ତ୍ରିପାଠୀ, ଅଧ୍ୟାପକ ଅଖିଳ ଭଟ୍ଟ, ସମାଜସେବୀ ଦୁର୍ଗା ପାଢ଼ୀ, ଇଞ୍ଜିନିୟର ଚନ୍ଦନା ମଲ୍ଲିକ, ସଂଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୂମକି କିନ୍ନର, ସହ ସମ୍ପାଦକ ପ୍ରୀତି କିନ୍ନର ପ୍ରମୁଖ ଖୁସି ପ୍ରକଟ କରିଛନ୍ତି ଏବଂ ସମସ୍ତ କିନ୍ନର ସଦସ୍ୟ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Comments
Post a Comment